Nua Lalana Nua Nagare

ନୂଆ ଲଳନା ନୂଆ ନାଗରେ
(Banamali— Raga Nalinigouda, Tala Jhula)
(ବନମାଳୀ— ରାଗ ନଳିନୀଗୌଡ଼ା, ତାଳ ଝୁଲା)

ନୂଆ ଲଳନା
ନୂଆ ନାଗରେ ହେଲୁ ସୁଆଗମନା ରେ । ଘୋଷା ।
ତୁଆକୁ ତୁଆ ଯାଉ ଯାଉ ଯମୁନା
ଭୁଆଶୁଣୀ କୁଳରୁ ହେବୁ ତ ମନା ରେ । ୧ ।
ଦୁଆରବନ୍ଧ ଡେଇଁ ହେଉ ତନ୍ମନା
କୁଆଁରୀ କାଳୁ କଲୁ ଶ୍ୟାମ କାମନା ରେ । ୨ ।
ରୁଆଇ ହୃଦକ୍ଷେତ୍ରେ କାଳିଆ ସୁନା
ଥୁଆଇଲୁ ଅକୀର୍ତ୍ତି ପସରା ସିନା ରେ । ୩ ।
ପୁଆଣୀ ବଧୂ ତୁ ତ ରାଜନନ୍ଦନା
ଧୁଆଇବୁ ନୟନ ଲୋତକେ କିନା ରେ । ୪ ।
ଉଆସ ଛଡ଼ାଇବ ସେ ନନ୍ଦ କହ୍ନା
ଗୁଆଁର ବନମାଳୀ ଚିତ୍ତେ ଭାବନା ରେ । ୫ ।