Priya Chhada He Moha Asa

ପ୍ରିୟ ଛାଡ଼ ହେ ମୋହ ଆଶା
(Banamali— Raga Mohana Kedara, Tala Ekatali)
(ବନମାଳୀ— ରାଗ ମୋହନ କେଦାର, ତାଳ ଏକତାଳି)

ପ୍ରିୟ ଛାଡ଼ ହେ ମୋହ ଆଶା ଭରସା
ନ ରଖ ପରବଶ ମୁଁ କହି ଦେଲିଟି
ଗୋଚର କଲିଟି ହେ ତୃଷା
ଥାଇ ସୁଧା ଏଡ଼ିଲିଟି ହେ । ଘୋଷା ।

ଜଗିଛନ୍ତି ଅରି ଦିବସ ଶର୍ବରୀ
ଉଞ୍ଚାଇ ନୟନ ଭାଲିଟି ହେ । ୧ ।

ଜାଣି ଖରଶ୍ୱାସ ସ୍ୱାମୀ ଅବିଶ୍ୱାସ
କରଇ କ୍ରୋଧେ ପାଶରୁ ଦିଏ ଠେଲିଟି ହେ । ୨ ।

ମନକୁ ଆଘ୍ରାଣ କରୁଛନ୍ତି ଜାଣ
ସପତ୍ନୀ ସଳଖି ନ ପାରେ ଚାଲିଟି ହେ । ୩ ।

ଶ୍ୱଶୁରଙ୍କୁ ଧାତା ଇଙ୍ଗିତ ଦେବତା
ସ୍ୱରୂପ ଗଢ଼ିଛି ମୋତେ ଦେଲା ଭୁଲିଟି ହେ । ୪ ।

ମୋହ ଯାଆମାନେ ବୋଲନ୍ତି ନ ମାନେ
ତାଙ୍କର ଶତ୍ରୁ ଅଟେ ମୋହର ଚିଲ୍ଲୀଟି ହେ । ୫ ।

ଆଉ ବୃଥା ଶ୍ରମ ନ ପାଅ ମରମ
କହି ରସିକ ଅନ୍ତର ହେଲିଟି ହେ । ୬ ।

ତୁନି କରି ବନମାଳୀ ବୋଲେ ଧନ
ବୈଦ୍ୟ ମୁଁ ଚତୁରା ଚିତୋଇବ ଗଲିଟି ହେ । ୭ ।