(ବନମାଳୀ— ରାଗ କାମୋଦୀ, ତାଳ ଆଠତାଳି)
ମଜ୍ଜା ମଜ୍ଜା ହଜାଇ କୁଳଜା ରହିଲେ
ବ୍ରଜାବନୀ ରଜା ସଜା ମୁଖ ଚାହିଁଲେ । ଘୋଷା ।
କଞ୍ଜାକ୍ଷ କି ସୁନ୍ଦର ନ ଯାଇ ମନୁ ମୋର
କେ ଜାଣେ ଚାହିଁଦେଲେ ଦହିଲେ । ୧ ।
ମୁଁ ଜାଣିଥିଲେ ମିତ ମଜ୍ଜାନ୍ତି କିମ୍ପା ଚିତ୍ତ
ହଜାର କହ ମୂର୍ଚ୍ଛି ନୋହିଲେ । ୨ ।
ସଜାଡ଼ିଲେ ମହତ ଉଜାଡ଼େ ନନ୍ଦସୁତ
ଉଜାଗରେ ଲୋଚନେ ରହିଲେ । ୩ ।
ଜଞ୍ଜାଳ ନେତ୍ର ପ୍ରୀତି ହଜାଇ କୁଳ ଜାତି
ବେଜାରେ ବନମାଳୀ କହିଲେ । ୪ ।