Manasa Ghena Hita Baniki

ମାନସ ଘେନ ହିତ ବାଣୀକି
(Banamali— Raga Punnaga, Tala Jhula)
(ବନମାଳୀ— ରାଗ ପୁନ୍ନାଗ, ତାଳ ଝୁଲା)

ମାନସ ଘେନ ହିତ ବାଣୀକି
ଆନନ୍ଦେ ଭଜ ଶ୍ରୀ ବଂଶୀପାଣିଙ୍କି । ଘୋଷା ।
ମାନକିନୀ ଗୁରୁଦତ୍ତ ଆଦେଶ
ଆନ ସଙ୍ଗତିକି ଦୂରେ ନିବେଶ । ୧ ।
ପାନ କରି ସଦା ଶ୍ରୀନାମାମୃତ
ଗାନ କର ରାଧାକୃଷ୍ଣ ଚରିତ । ୨ ।
ମାନଦ ଅମାନୀ ନିରଭିମାନେ
ଧ୍ୟାନରତ ହୁଅ ତୁ ସାବଧାନେ । ୩ ।
ତାନମାନେ କରତାଳି ବଜାଇ
ବନମାଳୀ ନାଚୁ ଲଜ୍ଜା ହଜାଇ । ୪ ।