Rusila Nabina Adose

ରୁଷିଲା ନବୀନା ଅଦୋଷେ
(Kabichandra Kali Charan— Raga Bagesri, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ବାଗେଶ୍ରୀ, ତାଳ ଏକତାଳି)

ରୁଷିଲା ନବୀନା
ଅଦୋଷେ ଧନୀ ଚନ୍ଦ୍ରବଦନା ନବୀନା । ଘୋଷା ।

କଳା ଖେଳା ଡୋଳା ଲୀଳା
ତାରା ସେ କି ବିଳସିଲା
ଘନ କେଶ ଘନ ଭେଦି
ଚନ୍ଦ୍ରଶୋଭନା ସୁବଦନା ନବୀନା । ୧ ।

କି ଅବା ହିମ ଆଗମେ
ଶିଶିର ନୀର ସଙ୍ଗମେ
ଝାଉଁଳି ପଡ଼ିଲା ସେ କି
କଞ୍ଜସୁମନା ଶିରୀଚୂନା ନବୀନା । ୨ ।

ନଇଁଲା କି ଭୂରୁ ଚାପ
ହେବ ଏ ବଇରୀ ତାପ
ନୟନ ପିତୁଳା ଖରେ
ବିନ୍ଦେ ଶୋଭନା ସୁନୟନା ନବୀନା । ୩ ।

ସେ କାଳେ ଯେଉଁ ସମ୍ପତ୍ତି
ଦେଲା ସେ ମୋ ଗଜପତି
ସୁର ପଦ କବିଚନ୍ଦ୍ର
ତଉଲରେ ଊଣା ସତେ ସିନା ନବୀନା । ୪ ।