Saja Rutu Pati Aja

ସାଜ ଋତୁପତି ଆଜ
(Kabichandra Kali Charan— Raga Anandabhairabi, Tala Jhampa)
(କବିଚନ୍ଦ୍ର କାଳୀଚରଣ— ରାଗ ଆନନ୍ଦଭୈରବୀ, ତାଳ ଝମ୍ପା)

ସାଜ ଋତୁପତି ଆଜ ହିମଋତୁ
ଲାଜ ଲଭିଲାଣି । ଘୋଷା ।

ଘନ କୁହୁଡ଼ି ତଳେ ତନୁ ଘେରାଇ
ଗିରି ଗରଭେ ଶୀତ ଲୁଚିଲା ଯାଇ
ଶାଣି ବକୁଳର କୁନ୍ତମୂନ ସତେ
ସନ୍ଧି ବିନ୍ଧିଲା ପଞ୍ଚଶାୟକ
(ପଡ଼ି)
କୁଞ୍ଜେ କୁଞ୍ଜେ ମଧୁଲିଟ ଗୁଞ୍ଜନ
ପୁଞ୍ଜେ ପୁଞ୍ଜେ ନବଦଳ ରଞ୍ଜନ
ଛନ୍ଦେ ଛନ୍ଦେ ଶୁଭେ ପିକ କୂଜନ
ମନ୍ଦେ ମନ୍ଦେ ବହଇ ପ୍ରଭଞ୍ଜନ
ନବୀନା ସୁମନା ସରସେ ମୁରୁକିଲାଣି । ୧ ।