(କବିଚନ୍ଦ୍ର କାଳୀଚରଣ— ରାଗ ଆଶାବରୀ, ତାଳ ଆଡ଼ତାଳି)
ପାଶୋରି ଦେଲୁକି ସତେ ସଜନୀ
ସେ ତ ନ ଭୁଲେ ତୋ ନାଁ
ଯମୁନା କଲା କେ ମନା ନ ଯିବୁ କହୁ ନବୀନା
ହସିବେ ସଖୀ ସିନା ଜନେ ନିରେଖି । ଘୋଷା ।
ବିହରି କଦମ୍ବ ବନ ଆସେ ଏ ମୁରଲୀ ସ୍ୱନ
କେ ବୋଲେ ଏ ଗୁମାନ ହେଲା ତୋ ଲାଖି । ୧ ।
କହିବୁ କଲା ସେ ଦୂର ପଚାର ଅନ୍ତରେ ତୋର
ଗଗନ ଶଶୀ ତାର ଅଛି ତ ସାକ୍ଷୀ । ୨ ।
ରତନ ଜାଣି ହରାନା ନୟନୁ ବାରି ଝରାନା
ଚାନ୍ଦନୀ ହସେ ଅନା ଅନା ସୁମୁଖୀ । ୩ ।