Sehi Na Suna Barana

ସେହି ନା ସୁନାବରନା
(Kabichandra Kali Charan— Raga Bhairabi, Tala Adatali)
(କବିଚନ୍ଦ୍ର କାଳୀଚରଣ— ରାଗ ଭୈରବୀ, ତାଳ ଆଡ଼ତାଳି)

ସେହି ନା ସୁନାବରନା
ଶୋଭନା କେତକୀବରନା ରେ । ଘୋଷା ।

ଅନା ଚମ୍ପାଝରାକୁ ଯତି ମତିହରାକୁ
ଅଳସ ଏଣୀନୟନା । ୧ ।

ଆସେ ହେମ ଗୋରୀ କି ଚତୁରୀ ଛଇଳୀ କି
ଶୁଭେ ନୂପୁର ବାଜଣା । ୨ ।

(ପଡ଼ି)
ଫୁଲ ଶତଦଳ ନିନ୍ଦି ମନୋହର
ଆନନୀ ଭୂରୁଭଙ୍ଗିନୀ
କୁଞ୍ଜ ବିନୋଦିନୀ କାମ ବିମୋହିନୀ
ସଙ୍ଗିନୀ ସେ ରସରଙ୍ଗିନୀ
ମୋହିନୀ ଅଭିମାନିନୀ
କବିଚନ୍ଦ୍ର କହେ ବ୍ରଜରାଜ ମତି ମୋହନା । ୩ ।