Harili Patha Chhada Mote

ହାରିଲି ପଥ ଛାଡ଼ ମୋତେ
(Kabichandra Kali Charan— Raga Khambabati, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ଖମ୍ବାବତୀ, ତାଳ ଏକତାଳି)

ହାରିଲି ପଥ ଛାଡ଼ ମୋତେ ମୋହନ
ଲାଜେ ମୁଁ ସରିଲି । ଘୋଷା ।

ମାଳତୀ ହସିଲା କୋଇଲି ଭାଷିଲା
ଶିଉଳି ଲସିଲା
ସରସ ନଳିନ ମଳିନ
ଦିଶିଲାନି ବାରିଲି । ୧ ।

ଦିଅ ମୋର ନୀଳ ବାସ
ଛଳ ଛାଡ଼ ପୀତବାସ
ସଜାଡ଼ି ଦିଅ ମୋ ବେଶ
ଚରଣ ଧରିଲି ସରିଲି । ୨ ।

କେ ସଖୀ ଜାଣିଲେ ହେଲେ
ପଥେ ଚାଲିବି କି ଭଲେ
କି ଲାଭ ଯେବେ ସେ ଗେଲେ
ପଛେ ମୁଁ ଝୁରିଲି । ୩ ।

କୁଞ୍ଜ ତେଜ କଳାଶଶୀ
ନିଶି ଶେଷେ କବିଶଶୀ
ଗୁହାରି ଜଣାଏ ଆସି
ଶରଣ ପଶିଲି । ୪ ।