(କବିଚନ୍ଦ୍ର କାଳୀଚରଣ— ରାଗ ବିହାଗଡ଼ା, ତାଳ ତ୍ରିପଟା)
ଚାହିଁ ମୁଁ ଶଶୀ ରାତି ଗଲା ବିତି
ପଥର ସମ ଶ୍ୟାମ ଛାତିରେ ସାଥୀ । ଘୋଷା ।
ସଜାଡ଼ି ଶେଯ ମୁଁ ଚନ୍ଦ୍ରମଲ୍ଲୀ ହାରେ
ତେଜିଲି ଦୀପ ମୁଁ କୁଞ୍ଜେ ଜାଗରେ
ସାଜିଲି ଅଙ୍ଗ ମାଜିଲି ବନ୍ଧୁ
ଆଶାରେ ମାତି ଆରେ ସାଥୀ
(ପଡ଼ି)
ବାରବାର ବାରଣ କଲି ସହୀ
ସାର ସାର ମାରଣ ସହି ସେହି
ଜାର ସରି ସେ ଜୁହାର କଲି ତାର ରୀତିକି
ଚାହିଁ ଚାହିଁ କଣ୍ଟ ବଳେ ତ ଟାକି । ୧ ।
ବାସି ହେଲା ତ ସତେ ଗୁନ୍ଥା ଫୁଲଝରା
ଗଣ୍ଡ ମଣ୍ଡିଲା ଅସରା ନୀରଧାରା
ଗଣ୍ଡ ମଣ୍ଡିଲା ପୋଡ଼ା ଆଖି ଧାରା
ପଲକ ପାଶୋରା ତ ତା ରଜନୀ ସାରା
ପଲକ ପାଶୋରା ସରେ ନିଶି ସାରା
ଛାଇକି ମଣେ ଧନ କାତି ଆରେ ସାଥୀ । ୨ ।