(କବିଚନ୍ଦ୍ର କାଳୀଚରଣ— ରାଗ ମୁଖାରୀ, ତାଳ ଆଡ଼ତାଳି)
ରହି ଶ୍ୟାମ ବନ୍ଧୁ ଆଶାରେ ମୁଁ
ସହି ସହିଲି କି ଦଶାରେ ମୁଁ । ଘୋଷା ।
ଅସରା ହେଲା ଗୋ ନିଶି ବାସର
ଅସରା ନୟନ ଲୋତକ ଧାର
ପଶରା ନ କରି କଳଙ୍କ ପସରା
ଭରା ସହିଲି ମୁଁ ରସାରେ ଗୋ
(ପଡ଼ି)
କୁଞ୍ଜବନେ ସାଜି ସୁମନ ଶେଯରେ
ସଞ୍ଜ ବିତେ ନିତି ସତେ କି ଲାଜରେ
ଖଣ୍ଟ ଶଠ ସେ ତ ନିପଟ ଲମ୍ପଟ
ବାର ବାର ଠିକ ସରିଲି ଲୋକ ହସାରେ । ୧ ।
ଗରୁଆ ହେଲାଣି ବସନ ବେଶ
ମରୁଆ ଚନ୍ଦନ ସତେ ମୋ ବିଷ
ଧରୁ ତ ମୋ ସରି ଧୃତି କେ ଯୁବତୀ
ହେରି ଶଶୀ ଶିରୀ ନିଶାରେ ଗୋ
(ପଡ଼ି)
କାରଣ କି ଅଛି ଯଉବନେ ମୋର
ବାରଣ କରିବୁ ତୁ ଆସିଲେ ନାଗର
ଗୁନ୍ଥାଫୁଲ ହାର ବିଡ଼ିଆ କର୍ପୂର
ଯା ରେ ସଜନୀ ଯମୁନା ନୀରେ ଭସାରେ । ୨ ।