(କବିଚନ୍ଦ୍ର କାଳୀଚରଣ— ରାଗ ବଙ୍ଗାଳ, ତାଳ ଏକତାଳି)
ରାଧେ ନାମେ ସଦା ମୁରଲୀ ବାଜେ ରେ
ଶରମେ ଝୁରି ଛଇଳୀ ମରେ ଲାଜେ । ଘୋଷା ।
ଝୁରେ ନୀର ଭରି କଜଳ ନୟନରେ ନିଶିଦିନ
ସରିଲାଣି ସୁନା ଶିରୀ ତାର ସରି ସେ ଯେ
(ପଡ଼ି)
ଚନ୍ଦନ ଚାନ୍ଦିନୀ ବିଷ ହେଲାଣି
ହାର ସାର ସେ ତ ତେଜି ଦେଲାଣି
ନଟ ଶଠ ଧିଟ ରାଟ ତୁମେ ସତେ ନନ୍ଦଚାଟ
ସଖି ସରିଗଲା ଏ ବରଜେ । ୧ ।