(କବିଚନ୍ଦ୍ର କାଳୀଚରଣ— ରାଗ ଗୌରୀ, ତାଳ ଏକତାଳି)
ଏ କି କଲୁ ରେ ସୁମନା ପଙ୍କଜ ନୟନା
ଶ୍ୟାମରେ ହେଲୁ ବିମନା
ମନ୍ଦପଣେ ଜୀବବନ୍ଧୁରେ କରି ଦୂର
କଞ୍ଜକରୁ ମଣି ତୁ ଫିଙ୍ଗି ତ କଲୁ ଚୂନା । ଘୋଷା ।
ଅତି ରୁଷାଣି ଏ ତୋର ଯତିମୋହନା
ମତିରେ କର ବିଚାର ନିତି ଅସାର
(ପଡ଼ି)
ହରି ହରାଇ ମାନ ଭରି ନୟନେ ବନ
ଗୋରୀ ତୋର ଗୁମାନ ହରି ନ ପାରି ଜାଣ
ଫେରି ସେ ତ ଗଲା ହାରି ତୋରେ ଝୁରି ଝୁରି
ଶ୍ୟାମ ତନୁ ଶିରୀ ଝାମ ସରି ସାରି
ପାରିଲୁ ନିହାରି କି କରି ରେ କିଶୋରୀ
ଜୀଇବୁ କି ଗୋରୀ ମୋହନା ବିନା । ୧ ।