Nisithe Asi Swapane

ନିଶୀଥେ ଆସି ସ୍ୱପନେ
(Kabichandra Kali Charan— Raga Debakiri, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ଦେବକିରୀ, ତାଳ ଏକତାଳି)

ନିଶୀଥେ ଆସି ସ୍ୱପନେ ଭୁଲା କଥାକେ
କହିଲା ଗୋ କାନେ କାନେ
ପରଶେ ମଉଳା ଫୁଲଝରା ଚେତି ଚାହିଁଲା କି
ଥରିଲା ତନୁ ସାରା ଶରମେ । ଘୋଷା ।

ଅଳପ ହସି ହସି କେ ପରଦେଶୀ
ଅଳସ ନୟନ ମୋର ମେଲି ଦେଲା ରସି
ନିଶି ଶେଷେ ନିଦହରା ମଳୟ ସେ
ଘାରେ ମରମେ । ୧ ।