Nahi Ta Saraga Mane

ନାହିଁ ତ ସରାଗ ମନେ
(Kabichandra Kali Charan— Raga Andolika, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ଆନ୍ଦୋଳିକା, ତାଳ ଏକତାଳି)

ନାହିଁ ତ ସରାଗ ମନେ ମୋହନ ବିନେ
ରଜନୀ ଦିନ ବିତେ ପଲକ ନାହିଁ ରେ
ନୀର ନୟନେ । ଘୋଷା ।

କୁହୁ କୁହୁ ପିକ କୁଞ୍ଜଭରେ ଗୋ
ମଧୁ ପବନେ ବଉଳ ଝରେ ଗୋ
(ପଡ଼ି)
ଖଣ୍ଟ ନାଗର କଣ୍ଟରେ ଭୁଲି ରେ ସଜନୀ
ଜାଳି ଜାଗର ମୁଁ ଉଜାଗର ଯାପିଲି ଯା ଯାମିନୀ
କୁଞ୍ଜ ସାଜିଲି ଅଙ୍ଗ ମାଜିଲି
ସଙ୍ଗ ହେଜି ଅଭାଗିନୀ
କାହିଁ ସେ ରହିଲେ ସହି ନଇଲେ
କି ଦୁଃଖ ଦେଲେ ଏ ଜୀବନେ । ୧ ।