Sajani Re Ja Ja Tu Syamare

ସଜନୀରେ ଯା ଯା ତୁ ଶ୍ୟାମରେ
(Kabichandra Kali Charan— Raga Naata, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ନାଟ, ତାଳ ଏକତାଳି)

ସଜନୀରେ ଯା ଯା ତୁ ଶ୍ୟାମରେ ସମୁଜା
ସାରିଦେଲେ ଲାଜେ ଯା । ଘୋଷା ।

ସାଜିଲି କୁଞ୍ଜ ମୁଁ ଶେଯ ବିଛାଇଲି
ଯାମିନୀ ଜାଗି ଉଜାଗରେ ଯାପିଲି
ଅଦୋଷେ ସଜନୀ ବାଜେ ବରଜେ ବାଜା । ୧ ।

ନୟନ କଜ୍ଜ୍ୱଳ ଗଣ୍ଡ ଭରେ ସଖି
ନିଦ ଭୁଲି ଧାର ସାର ପୋଡ଼ା ଆଖି
କବିଚନ୍ଦ୍ର ବୋଲେ ପୀରତିର ଏ ସଜା । ୨ ।