Ana Lo Mita Kunje

ଅନା ଲୋ ମିତ କୁଞ୍ଜେ
(Kabichandra Kali Charan— Raga Jhinjoti, Tala Jhula)
(କବିଚନ୍ଦ୍ର କାଳୀଚରଣ— ରାଗ ଝିଞ୍ଜୋଟି, ତାଳ ଝୁଲା)

ଅନା ଲୋ ମିତ କୁଞ୍ଜେ ମୁରଲୀପାଣି
କି ସୁନ୍ଦର ତିନିଭଙ୍ଗିଆ ଠାଣି । ଘୋଷା ।
ନବୀନ ଘନବରନ ମୋହନ
ମରତେ କେ ସତେ ଥାପିଲା ଆଣି । ୧ ।
ଯମୁନା କୂଳେ ସେ ଯୁବତୀ ମତି
ସାରୁଛି ନୟନ କଟାରୀ ହାଣି । ୨ ।
ଚରଣେ କନକ ନୁପୂର ସାଜେ
କିଣି କିଣି କିଣି ଶୁଭଇ ବାଣୀ । ୩ ।
ସରସ କେତକୀ ପାଖୁଡ଼ା ଗଭା
ସରଗ ସୁଷମା ଶୋଭାକୁ କିଣି । ୪ ।
କବିଚନ୍ଦ୍ର ଭାଷେ ଅନା ସଜନୀ
ସେ ପରା ବରଜ ପରଶମଣି । ୫ ।