(କବିଚନ୍ଦ୍ର କାଳୀଚରଣ— ରାଗ ଛାୟାନଟ, ତାଳ ଝୁଲା)
ଘେରି ଘେରି କାଳିଆ ଘନ ଘାରିଲା ସହି
ବାସି ହେଲା ତ ଫୁଲହାର ତା ପଥ ଚାହିଁ । ଘୋଷା ।
ମରମେ ମରେ ତାରେ ଝୁରି ଝୁରି ସଜନୀ
ନୟନେ ନିଶିଦିନ ନୀର ଘର କଲାଣି
ଚପଳା ହସେ ଘନେ ମୋତେ ଅନାଇଁ । ୧ ।
କାହିଁକି ସରଜିଲା ବିଯୋଗୀ ଏ ଜଗତେ
ଧିକ ପୋଡ଼ା ଦଇବ ଧିକ ବିଧାନ ସତେ
ଟାପରା କରେ ପରା ବନ ବରହୀ । ୨ ।
ଆନ ମୁଁ ଦେଇଥିଲି ସଖୀ ସପତ ବାର
ଆନ କଲେ ବଚନ ସେ ଗୋ ବାରକୁ ବାର
ମୋ ସରି ଦୁଃଖିନୀ କେ ଅଛି ଏ ମହୀ । ୩ ।