Kaha Ja Mohane Sajani

କହ ଯା ମୋହନେ ସଜନୀ
(Kabichandra Kali Charan— Raga Sindhuda, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ସିନ୍ଧୁଡ଼ା, ତାଳ ଏକତାଳି)

କହ ଯା ମୋହନେ ସଜନୀ
ପୁହାଇବେ ଚନ୍ଦ୍ରାବଳୀ ପୁରେ ସାରା ରଜନୀ । ଘୋଷା ।

ଦଳିଲା ସୁମନ ସରି ନୁହଇ ସହୀ କିଶୋରୀ
ଅଛି ତ ଯମୁନା ବାରି ତା ଲାଗି ରେ ସଜନୀ । ୧ ।

ନିତି ନିତି ସହି ସେହି କେତେ ସତେ ହେବି ଦହି
ସେ ସିନା ନିଲଜ ବ୍ରଜନାରୀ ମୁଁ ରେ ସଜନୀ । ୨ ।

ଜଗତିରେ ବାଜେ ବାଜା ଯା ଲାଗି ତେଜିଲି ଲଜ୍ଜା
କଲା ସେ କପଟ କୁଞ୍ଜେ ଜଗାଇ ରେ ସଜନୀ । ୩ ।

ଆସିଲେ ପୁରେ ଏଥର କବିଶଶୀ କହେ ଗିର
ହେବୁ କି ରେ ଧନୀ ସତେ ମାନିନୀ ରେ ସଜନୀ । ୪ ।