Teki Mukha Na Bhasa

ଟେକି ମୁଖ ନ ଭାଷ
(Dinamani— Raga Karunasri, Tala Ekatali)
(ଦିନମଣି— ରାଗ କରୁଣାଶ୍ରୀ, ତାଳ ଏକତାଳି)

ଟେକି ମୁଖ ନ ଭାଷ କପଟେ ଯଦୁପତି
ଟଳିଛି ନିୟମ ଶଠପଣ ହେଲା ଖ୍ୟାତି
ଟାଣ ଭାଙ୍ଗିଲା ଯେ । ଘୋଷା ।

ଟେକ ଘନସ୍ତନା ସଙ୍ଗେ କରିଣ ପୀରତି
ଟଷ୍କର ପରି ସୁରଙ୍ଗ ଦିଶେ ନେତ୍ର କାନ୍ତି । ୧ ।

ଟମକ ପରି କିଙ୍କିଣୀ ବଜାଇ ସୁନ୍ଦରୀ
ଟାଣିଛି କେଶ ଅଧରେ ଦନ୍ତଘାତ କରି । ୨ ।

ଟିକି ଟିକି କରି ନଖେ ଚିରିଛି ତୋ ଦେହୀ
ଟଳଟଳ ହେଉଅଛ ଉଜାଗର ରହି । ୩ ।

ଟହଟହ ହସି ବସ ନିକଟେ ତା ଯାଇ
ଟକାର ଚଉପଦୀକି ଦିନମଣି କହି । ୪ ।