Are Mahi Mandana

ଆରେ ମହୀ ମଣ୍ଡନା
(Dinakrusna— Raga Sindhuda)
(ଦୀନକୃଷ୍ଣ— ରାଗ ସିନ୍ଧୁଡ଼ା)

ଆରେ ମହୀ ମଣ୍ଡନା ମଣ୍ଡନୀରେ
ମନ ମୋହିନୀ । ଘୋଷା ।

ମଦନ ମୋହନ ରସିକ ରତନ
ମଦନେ ଦୁଃଖୀ ତୋ ଘେନିରେ । ୧ ।

ଅହର୍ନିଶି ଧ୍ୟାନ କରେ ତୋ ବଦନ
ମତ୍ତ ମରାଳ ଗମନୀରେ । ୨ ।

ତାର ତର ହାର ସାର ଘନସାର
ଚନ୍ଦନ ଅଙ୍ଗେ ନ ଘେନିରେ । ୩ ।

ବୋଲେ ଦୀନକୃଷ୍ଣ ରକ୍ଷା କର କୃଷ୍ଣ
ବାରେ ମୋ ବିନୟ ଘେନିରେ । ୪ ।