Airabata Kumbha Samana

ଅଇରାବତ କୁମ୍ଭ ସମାନ
(Dinakrusna— Raga Kolahala)
(ଦୀନକୃଷ୍ଣ— ରାଗ କୋଳାହଳ)

ଅଇରାବତ କୁମ୍ଭ ସମାନ ହୋଇଲା
ଐରାବତ କୁମ୍ଭ ପ୍ରାଏ
ଏତେକେହେଁ ଦିନେ ମନେ ନ ପଡ଼ିଲା
ନନ୍ଦ ଗଉଡ଼ ତନୟେ । ଘୋଷା ।

ରେ ରାମା କର୍ମ ଧର୍ମ ମୋର ନାହିଁ
ଅଦୃଷ୍ଟ ରଜାରୁ ପାଦ ସେବା କଲା ଫଳ ଏହି । ୧ ।

ଏଡ଼େ ଉଚ୍ଛବରେ ମୁଁ ଅଣଉଚ୍ଛବ
ଏହା ମୁଁ କହିବି କାହା
ରତିରଙ୍କ ହୋଇ ମରି ଯାଉଅଛି
ବାରେ ହେଉ ନାହୁଁ ସାହା । ୨ ।

ରାକା ଥାଉ ଥାଉ ଅନ୍ଧାର ହୋଇଲା
ଏହା ଅତି ବିପରୀତ
ବୋଲେ ଦୀନକୃଷ୍ଣ କୃଷ୍ଣ ବୋଲେ ରାଧା
ହସି ଚାହିଁଲେ କିଞ୍ଚିତ । ୩ ।