(ଦୀନବନ୍ଧୁରାଜ)
ଜାଣିଲି ଅତି ବିଷମ ନେତ୍ର ପୀରତି । ଘୋଷା ।
ନୟନେ ସେ ଭଙ୍ଗୀ କଟାକ୍ଷ ପଡ଼ିଲେ
ଚମକି ଉଠଇ ଛାତି । ୧ ।
ଦେଖୁଥିଲେ ମନ ତୃପତ ନୁହଇ
ନ ଦେଖିଲା ହୁଏ ମତି । ୨ ।
ଚାହାଣୀରେ ତାର ବିଷ କି ପୀୟୂଷ
କରତି ପକାଏ ଛାତି । ୩ ।
ଚାହୁଁ ଚାହୁଁ ଯେ ଚେତନା ବୁଡ଼ୁଥାଇ
ଦେହରେ ନ ଥାଇ ଗତି । ୪ ।
ଅନ୍ତର ହେଲେ ସବୁ ଦିଗେ ଦିଶଇ
ନ ସରଇ ଦିବାରାତି । ୫ ।
ବୋଲେ ଦୀନବନ୍ଧୁରାଜ କି ନ କରେ
ନବ ଅନୁରାଗ ପ୍ରୀତି । ୬ ।