To Bina Dehe

ତୋ ବିନା ଦେହେ
(Phakira Bhanja— Raga Bangalasri, Tala Ekatali)
(ଫକୀର ଭଞ୍ଜ— ରାଗ ବଙ୍ଗଳାଶ୍ରୀ, ତାଳ ଏକତାଳି)

ତୋ ବିନା ଦେହେ
କେଉଁ ଦଶା ଅନୁଭବ ନୋହେ ରେ । ଘୋଷା ।

ନ ରହିବାରୁ ତୋ ପାଶରେ କଞ୍ଜଲୋଚନା
ସନ୍ତତ ଚିତ୍ତ ଥୟ ନୋହେ ରେ । ୧ ।

ହେବାରୁ ତୋ ସଙ୍ଗ ଭଙ୍ଗରେ କଞ୍ଜଲୋଚନା
ଦର୍ପକ ଦର୍ପ କରିଣ ବହେ ରେ । ୨ ।

ତୋହ ଭାବ ଭାବୁଁ ଚିତ୍ତରେ କଞ୍ଜଲୋଚନା
ନୟନୁଁ ନିରତେ ନୀର ବହେ ରେ । ୩ ।

ନ ଦେଖି ତୋ ବିଧୁମୁଖରେ କଞ୍ଜଲୋଚନା
ଦୁଃସହ ସ୍ମର ଯାତନା ସହେ ରେ । ୪ ।

ଚିନ୍ତିବାରୁ ତୋତେ ପ୍ରୀତିରେ କଞ୍ଜଲୋଚନା
କ୍ଷଣକୁ କ୍ଷଣ ପଡ଼ଇ ମୋହେ ରେ । ୫ ।

ଫକୀର ଭଞ୍ଜ ବଦତିରେ କଞ୍ଜଲୋଚନା
ତୋ ବିଚ୍ଛେଦ ଦୁଃଖ ଥାଇ ରହେ ରେ । ୬ ।