(ଫକୀର ଭଞ୍ଜ— ରାଗ ମୋହନ କେଦାର)
ସଜନୀ ଆଜ
ସୁରତେ ରସିଲା ସେ ମୋ ବନ୍ଧୁ । ଘୋଷା ।
ଉରେ ଉର ଯୋଡ଼ିବାର ଭୁଜେ ଭୁଜ ଭିଡ଼ିବାର
ରଦଚ୍ଛଦ ପୀଡ଼ିବାର କସିଲା ସେ ମୋ ବନ୍ଧୁ । ୧ ।
ସରୁ ଚୁମ୍ବ ଯାଚିବାର ନାସାମଣି ନାଚିବାର
ନାନା ଭଙ୍ଗୀ ଭାଷିବାର ପାଞ୍ଚିବାର ଦିଶିଲା ସେ ମୋ ବନ୍ଧୁ । ୨ ।
ଭାଲେ ଡୋଳା ଖୋସିବାର ସ୍ୱେଦବିନ୍ଦୁ ଖସିବାର
ସ୍ମରଶର ପେଷିବାର ନାଶିଲା ସେ ମୋ ବନ୍ଧୁ । ୩ ।
କହନ୍ତି ଶ୍ରୀ ହରି ବାରବାର ମୁଁ ତୋ ପରିଚାର
ଭଞ୍ଜ ଭୂପ ରସବାର ଭାଷିଲା ସେ ମୋ ବନ୍ଧୁ । ୪ ।