(କବିସୂର୍ଯ୍ୟ— ରାଗ ଜୟନ୍ତ, ତାଳ ଆଠତାଳି)
ଜଣା ପଡ଼ିଲା ମା ଏ କପଟ ଗିର
ଅଣାଇ କପଟେ ହଟହଟା କରିବାର । ଘୋଷା ।
ଆଖି ଆଖି ମେଳ କାଳେ ଗୋଟିଯାକ ମୋର
ପିଠି କରି ଗଲେ ପୁଣି ଆଉ କେ କାହାର । ୧ ।
ଶଠ ପୁରୁଷଙ୍କର ମାନସ ଅଗୋଚର
ନିକର ହେଲାଣି ଶ୍ୟାମ ଆନେ ରସିବାର । ୨ ।
କଳି ନ ଥିଲି ମାନସ ବୋଲି ମୁଁ ତାଙ୍କର
କଳିଲା ବେଳକୁ ସଖୀ ହେଲି ଏତେ ଦୂର । ୩ ।
ଶ୍ରୀ ମୁକୁନ୍ଦଦେବ କ୍ଷିତିପତି ଭାଷିବାର
ସତୀ ମତି ଭୁଲା ଶ୍ୟାମ ପ୍ରୀତିକି ଜୁହାର । ୪ ।