Saja Saja Baraji Aja

ସାଜ ସଜ ବରଜି ଆଜ
(— Raga Mukhari, Tala Ekatali)
(— ରାଗ ମୁଖାରୀ, ତାଳ ଏକତାଳି)

ସାଜ ସଜ ବରଜି ଆଜ ଲାଜ
ସାଜ ଧନୀ ସଜନୀ । ଘୋଷା ।

ସାରସାକ୍ଷୀ ଘନନୀଳ କୁନ୍ତଳା
ଘନେ ଚପଳା ପରାୟ ଚପଳା
ଘନ ନିତମ୍ବିନୀ ସଘନ କମ୍ପନ
ଦେଖରେ ବାରିଦେ
(ପଡ଼ି)
ବକାଳିକା ମାଳିକା ଚାଳିଲେଣି ତରକା
ଶ୍ରୁତି ବରଷିଲାଣି
ତୃଷାତୁର ତୃପତି ମତି
ମୁଞ୍ଚ ପଞ୍ଚଶର ଚାହିଁ
ସଜନୀ ସଜନୀ ସଜନୀ । ୧ ।