Ana Re Eni Nayana

ଅନା ରେ ଏଣୀନୟନା
(Kabichandra Kali Charan— Raga Desa, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ଦେଶ, ତାଳ ଏକତାଳି)

ଅନା ରେ ଏଣୀନୟନା । ଘୋଷା ।

ଏକେ ଛଳଛଳ ଆଖି ତା ପରେ କଜଳ ମାଖି
ବିଶିଖ ବିଷାଇ ଭଗାରି ହସାଇ
ରୁଷି ବସନା ସହୀ ସୁନାବରନା । ୧ ।

କୁଟିଳ ଭୁଜଙ୍ଗ ଭୂରୁ ଡରି ମରେଁ ହେରି ଦୂରୁ
କାମବାଣ ଖଞ୍ଜି କମାଣ ସରଜି
ମାରନା ଗୋରୀ କଞ୍ଜ ସରସ ବଦନା । ୨ ।

ଦଣ୍ଡରେ ସୁମନା ଖରେ ଭିଡ଼େ ତୋ ବାହୁ ପାଶରେ
ଆନ କରେ ମାରି ହସାନା ଭଗାରି
କର ତୁ କବିଚନ୍ଦ୍ର ମିନତି ଘେନା । ୩ ।