Syama He Sata Kaha

ଶ୍ୟାମ ହେ ସତ କହ
(Kabichandra Kali Charan— Raga Jhinjoti, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ଝିଞ୍ଜୋଟି, ତାଳ ଏକତାଳି)

ଶ୍ୟାମ ହେ ସତ କହ
କିଏ ଶିଖାଇଲା ଏ ମୁରଲୀ ଧରା । ଘୋଷା ।

କାହା ଲାଗି ତୁମେ ଯାଅ ଯମୁନା
କାହା ଲାଗି ତୁମେ ଛଇଳ କାହ୍ନା
କାହା ଲାଗି ତୁମେ ବାଙ୍କଚୂଳ ପରେ
ରଙ୍ଗେ ଖଞ୍ଜିଅଛ ଶିଖଣ୍ଡଝରା । ୧ ।

କାହା ଲାଗି ତୁମେ ଯାଅ ଯମୁନା
କାହା ଲାଗି ତୁମେ ଛଇଳ କାହ୍ନା
କାହା ଲାଗି ତୁମେ ବାଙ୍କଚୂଳ ପରେ
ରଞ୍ଜି ଖଞ୍ଜିଅଛ ଶିଖଣ୍ଡଝରା । ୧ ।

ରାଧା ବିନେ ଆଉ କାହାରି ନାମ
ମୁରଲୀରେ ଧରି ନ ଜାଣ ଶ୍ୟାମ
କଦମ୍ବର ମୂଳେ କାହା ପଥ ଚାହିଁ
ଝରାଅ କମଳନୟନୁ ଧାରା । ୨ ।

ପ୍ରେମର ଗୁରୁ ସେ ବରଜ ଗୋଇ
ଦଗା ଦେଲା ତାରେ କଲା କହ୍ନାଇ
କହେ କବିଶଶୀ କହ କଳାଶଶୀ
କୀରତି ପତାକା ଉଡ଼ାଇ ପରା । ୩ ।