Jagi Rajani Pahe Sajani

ଜାଗି ରଜନୀ ପାହେ ସଜନୀ
(Kabichandra Kali Charan— Raga Jayasri, Tala Tripata)
(କବିଚନ୍ଦ୍ର କାଳୀଚରଣ— ରାଗ ଜୟଶ୍ରୀ, ତାଳ ତ୍ରିପଟା)

ଜାଗି ରଜନୀ ପାହେ ସଜନୀ
ମଉଳେ ନିତି ପରା ଗୁନ୍ଥା ଫୁଲହାରା
ପଲକ ଆଖି ତାରା ପାଶୋରି ଦେଲାଣି । ଘୋଷା ।

ଜାଳି ଜାଗର ସାଜି ଶେଯ
ମରମେ ମଲିଣି ମୁଁ ବରଜି ଲାଜ
କୋଇଲି କାନେ ମୋ କୁହୁ ଗାଇଲାଣି । ୧ ।

ଚନ୍ଦ୍ର ଚନ୍ଦନ ଗନ୍ଧ ବିଷ ମୋର
ନୀର ସାଥି ଅଞ୍ଜନେ
ଦୂରୁ ଦୂରୁ ଭିରୁ ମନ ଘାରେ
ସପନେ ନିତି ସେ ନୟନେ ନାଚିଲାଣି । ୨ ।