Manini Radhike Mana Kara Na

ମାନିନୀ ରାଧିକେ ମାନ କରନା
(— Raga Mukhari, Tala Ekatali)
(— ରାଗ ମୁଖାରୀ, ତାଳ ଏକତାଳି)

ମାନିନୀ ରାଧିକେ ମାନ କରନା
ସୁନୟନା ମୋ ସୁନାବରନା । ଘୋଷା ।

କିଣାଜନରେ ଊଣା କର ନାହିଁ କରୁଣା
ଶୁଣା ତୋ ବୀଣାଜିଣା ବାଣୀ ବରବରନା
(ପଡ଼ି)
ରୁଷ ନାହିଁ ମୋ ଠାରେ ଋଷି ମନମୋହିନୀ
ରୂପ ଲାବଣ୍ୟ ରସ ଝରଣା । ୧ ।

ଚଳାପାଙ୍ଗୀ ଅଳପ ଅନାଅ ଖୋଲି ଆଖି
ମଳୟ ବଜାଅନା ରେ ସଖି
(ପଡ଼ି)
ମିନତି କରେ ଗୋରୀ ମାରି ନୟନ ଛୁରୀ
ରୋଷ ଅନଳେ ପ୍ରାଣ ଦହନା । ୨ ।