Mita Basanta Asila

ମିତ ବସନ୍ତ ଆସିଲା
(— Raga Suddha Basanta, Tala Ekatali)
(— ରାଗ ଶୁଦ୍ଧବସନ୍ତ, ତାଳ ଏକତାଳି)

ମିତ ବସନ୍ତ ଆସିଲା । ଘୋଷା ।

ମନ୍ଦ ମନ୍ଦ ମରୁତ ଶୀତଳ ସୁରଭିତ
ରସାଳସାରେ ବସି ଡାକିଲା ପରଭୃତ
ରସି ରସିକା ରାଧା ପ୍ରୀତି ଭାଷା ଭାଷିଲା ।
(ପଡ଼ି)
ଲମ୍ପଟ ଶଠ ଅଳି ଫୁଲେ ଫୁଲେ ଗୁଞ୍ଜରି
ଖଳ ପୀରତି ପ୍ରାୟେ କଲାଣି ମଧୁଚୋରି
ମୁରଲୀ ଡାକ ଶୁଣି ଗଲାଣି ରାଈ ସରି
ସଜନୀ ରଜନୀରେ ଅନୁତାପ ତ ନାଶିଲା । ୧ ।