Kahin Pain E Rusa

କାହିଁ ପାଇଁ ଏ ରୁଷା
(Vikram Deb Varma— Raga Kamodi, Tala Aditala)
(ବିକ୍ରମଦେବ ବର୍ମ୍ମା— ରାଗ କାମୋଦୀ, ତାଳ ଆଦିତାଳ)

କାହିଁ ପାଇଁ ଏ ରୁଷା ରମଣୀ ବରପଟୀର ହାସିନୀ । ଘୋଷା ।

ଅକାରଣେ ତୋର ମୁଖାମ୍ବୁଜାତର
ଅତୁଳ ସୁନ୍ଦର ଝଳି ହେଲା ଦୂର । ୧ ।

ନବୀନ ନଳିନ ସମାନ ନୟନ
ଯୁଗଳରୁ ବନ ବହେ ଅନୁକ୍ଷଣ । ୨ ।

ବିକ୍ରମ ବିନୁତ ମଦନ ଶପଥ
ନ କର ଗୁପତ କାରଣ କହ ତ । ୩ ।