Sangini Syama Bharame

ସଙ୍ଗିନୀ ଶ୍ୟାମ ଭରମେ
(Vikram Deb Varma— Raga Khambaja, Tala Aditala)
(ବିକ୍ରମଦେବ ବର୍ମ୍ମା— ରାଗ ଖମ୍ବାଜ, ତାଳ ଆଦିତାଳ)

ସଙ୍ଗିନୀ ଶ୍ୟାମ ଭରମେ କି ପଡ଼ିଲି
କୁଳ ଧରମକୁ ଏଡ଼ିଲି । ଘୋଷା ।

ମୁରଲୀ ଗାନେ ରସିଥାଇ ମୁଁ ଦିବା ନିଶି
ଆନ ବିଷୟ ଛାଡ଼ିଲି । ୧ ।

କୁସୁମ ତୋଳିବା ଛଳେ ଯାଇ ଯମୁନା କୂଳେ
ମୋହନଙ୍କୁ ସଦା ଲୋଡ଼ିଲି । ୨ ।

ତା ଲାଗି ହେଲି ମୁଁ ବାଇ ସଜନୀ ତାକୁ ନ ପାଇ
ଅନବରତରେ ସଡ଼ିଲି । ୩ ।

ଶ୍ରୀ ବିକ୍ରମଦେବ ନେତ୍ର ନବ ନୀରଜାତ ମିତ୍ର
ପଛରେ କେଡ଼େ ଦଉଡ଼ିଲି । ୪ ।