Dekha Hemanta Samaya

ଦେଖ ହେମନ୍ତ ସମୟ
(Vikram Deb Varma— Raga Punnaga, Tala Ekatali)
(ବିକ୍ରମଦେବ ବର୍ମ୍ମା— ରାଗ ପୁନ୍ନାଗ, ତାଳ ଏକତାଳି)

ଦେଖ ହେମନ୍ତ ସମୟ
ଆଖଣ୍ଡଳ ଚାପଶୂନ୍ୟ ଶୂନ୍ୟ ହିମମୟ । ଘୋଷା ।
ସର ସ୍ୱଚ୍ଛ ଜଳେ ହଂସକୁଳ ସୁଶୋଭିତ
ପୁରବ୍ରଜ ଅବିରତେ ହସନ୍ତୀ ସଂଯୁତ । ୧ ।
ନର ଚିତ୍ତ ଗୁରୁପଟ ଧାରଣେ ଆସକ୍ତ
କର ଦେଇ କୃଷକାଳି ଋଣରୁ ବିମୁକ୍ତ । ୨ ।
ଅରବିନ୍ଦମିତ୍ର କରେ ମାନସ ସରାଗ
ସରସିଜାତ ଶାକ୍ରବ କରେ ସେ ବିରାଗ । ୩ ।
ବୀର ଶ୍ରୀ ବିକ୍ରମଦେବ ବର୍ମାର ମାନସ
ନିରନ୍ତର ଶ୍ରୀ କେଶବ ଧ୍ୟାନେ ଲଭେ ତୋଷ । ୪ ।