Srabana Masa Ebe

ଶ୍ରାବଣ ମାସ ଏବେ
(Vikram Deb Varma— Raga Dhanasri, Tala Attatala)
(ବିକ୍ରମଦେବ ବର୍ମ୍ମା— ରାଗ ଧନାଶ୍ରୀ, ତାଳ ଅଟ୍ଟତାଳ)

ଶ୍ରାବଣ ମାସ ଏବେ ଆସିଲା ରେ
ଉତ୍ସାହ କୃଷକର ବଢ଼ିଲା ରେ । ଘୋଷା ।

କାଳ ଜଳଧର ରାହୁ ପରି ସୂର
ଶଶାଙ୍କ ମଣ୍ଡଳଙ୍କୁ ଗ୍ରାସିଲା ରେ । ୧ ।

ସନ୍ତତ ବିଜୁଳି ଗଗନେ ପ୍ରବଳି
ଲୋଚନ ପ୍ରିବନ୍ଧ ହୋଇଲା ରେ । ୨ ।

ଘୋରେ ମେଘରାଜି ଗରଜି ଗରଜି
ହୃଦୟ କମ୍ପନକୁ କରିଲା ରେ । ୩ ।

ଏ ବରଷା କାଳ ବିରହୀଙ୍କ କାଳ
ବୋଲି ଭେକ ରାବରେ କହିଲା ରେ । ୪ ।

କ୍ଷତ୍ରିୟ ପ୍ରବର ବିକ୍ରମଦେବର
ମାନସ ରଚନାରେ ମଜ୍ଜିଲା ରେ । ୫ ।