Radhasya Sarasa Dibakara

ରାଧାସ୍ୟ-ସାରସ-ଦିବାକର
(Vikram Deb Varma— Raga Khambaja, Tala Ekatali)
(ବିକ୍ରମଦେବ ବର୍ମ୍ମା— ରାଗ ଖମ୍ବାଜ, ତାଳ ଏକତାଳି)

ରାଧାସ୍ୟ-ସାରସ-ଦିବାକର ପାହିମାଂ
ଗୋପୀ-ନେତ୍ର-ନୀଳୋତ୍ପଳ-ସୁଧାକର ପାହିମାଂ । ଘୋଷା ।

ନିଗମଚୟ-ହାରକ ଶଙ୍ଖାସୁର-ବିଚ୍ଛେଦକ
କର୍ପର ଧୃତ-ମନ୍ଦର-ଧରାଧର ପାହିମାଂ । ୧ ।

ଧରଣୀ-ଧାରଣ-ଦନ୍ତ କୃତ-ହେମଲୋଚନାନ୍ତ
ମନୁଜ କଣ୍ଠୀରବ-ସ୍ୱରୂପଧର ପାହିମାଂ । ୨ ।

ବଳିଗର୍ବ-ବିନାଶକ ବସୁନ୍ଧରା-ଧବାନ୍ତକ
ରାବଣ-ବଂଶ-ସରୋଜ-କରୀବର ପାହିମାଂ । ୩ ।

ତପନସୁତା-ଭେଦନ ଅତି-କରୁଣାସଦନ
ବିକ୍ରମ-ବନ୍ଦିତ କଳ୍କି-ରୂପଧର ପାହିମାଂ । ୪ ।