Pahi Sankari

ପାହି ଶଙ୍କରି
(Vikram Deb Varma— Raga Bihaga, Tala Rupaka)
(ବିକ୍ରମଦେବ ବର୍ମ୍ମା— ରାଗ ବିହାଗ, ତାଳ ରୂପକ)

ପାହି ଶଙ୍କରି ପାଟଳାଧରି
ତ୍ରାହିମାଂ ସମସ୍ତ ନିର୍ଜରା ଭୟଙ୍କରି । ଘୋଷା ।

କଞ୍ଜଲୋଚନି କଷ୍ଟମୋଚନି
ଚାରୁଶାରଦାମ୍ବୁଜାତଶାତ୍ରବାନନି । ୧ ।

ସର୍ବମଙ୍ଗଳେ ଭକ୍ତବତ୍ସଳେ
ମତ୍ତଭୃଙ୍ଗଜାଳ ନୀଳଦିବ୍ୟକୁନ୍ତଳେ । ୨ ।

ପାପହାରିଣି ଶୂଳଧାରିଣି
କ୍ରୂରଦାନବାଳିଗର୍ବଖର୍ବକାରିଣି । ୩ ।

ସିଂହବାହିନି ଶମ୍ଭୁମୋହିନି
ବିକ୍ରମେଶ ଚିତ୍ତ ନୀରଜାତ ବାସିନି । ୪ ।