More Karunaku Kara Sridhara

ମୋରେ କରୁଣାକୁ କର ଶ୍ରୀଧର
(Vikram Deb Varma— Raga Kedara, Tala Aditala)
(ବିକ୍ରମଦେବ ବର୍ମ୍ମା— ରାଗ କେଦାର, ତାଳ ଆଦିତାଳ)

ମୋରେ କରୁଣାକୁ କର ଶ୍ରୀଧର
ବାରେ ଭବସାଗରରୁ ଉଦ୍ଧର । ଘୋଷା ।

ଅଜ ହର ରଞ୍ଜନ ବିଜନପ ବାହନ
ବ୍ରଜ ବନିତାଗଣ କଜତରୁଣାରୁଣ । ୧ ।

ନନ୍ଦତନୟ ବରକୁନ୍ଦନ ପଟଧର
କୁନ୍ଦରଦନ ଅରବିନ୍ଦ ମୁଖ ରୁଚିର । ୨ ।

ଅରିକୁଳ ମାରକ କରିପତି ପାଳକ
ଗିରିବର ଧାରକ ଦୂରିତ ନିବାରକ । ୩ ।

ଶକ୍ରମୁଖ ବିବୁଧ ଚକ୍ର ବହୁ ଶୁଭଦ
ଚକ୍ରକର ମୁକୁନ୍ଦ ବିକ୍ରମନୁତ ପଦ । ୪ ।