(ବିକ୍ରମଦେବ ବର୍ମ୍ମା— ରାଗ ମୁଖାରୀ, ତାଳ ଆଦିତାଳ)
ପାହି ଶ୍ରୀ ରାଧିକେଶ ହୃଷୀକେଶ । ଘୋଷା ।
ଗୋବିନ୍ଦ ମାଧବ ଗୋପାଳ କେଶବ
ପାପ ସମୂହ ନାଶ । ୧ ।
ମୌନି ପ୍ରପାଳକ ଦାନବ ମାରକ
ଧୃତ ହରିତବାସ । ୨ ।
ଯଶୋମତୀ ବାଳ ନିଶାଚର କାଳ
ବାମନ ଜଗଦୀଶ । ୩ ।
ବୃନ୍ଦାବନାନଙ୍ଗ ଗନ୍ଧ ଚର୍ଚ୍ଚିତାଙ୍ଗ
ବନ୍ଦିତ ଗିରିଜେଶ । ୪ ।
ମିତ୍ର କଳ୍ପସାର ଶକ୍ର ତୃଣାନଳ
ନେତ୍ରାଭିରାମ ବେଶ । ୫ ।
ବାସୁଦେବାଚ୍ୟୁତ ବାସବପୂଜିତ
ଦାସ ବିକ୍ରମ ପୋଷ । ୬ ।