(ବିକ୍ରମଦେବ ବର୍ମ୍ମା— ରାଗ ତୋଡ଼ି, ତାଳ ଆଦିତାଳ)
ଶ୍ରୀ ରାଧେଶ ନତ ଗୌରୀଶ
ଜଗଦୀଶ୍ୱର ତେ ମଙ୍ଗଳଂ । ଘୋଷା ।
ନୀଳ ଘନାଘନ ଚାରୁଶରୀର
ଶ୍ରୀ ଲଳିତାନନ ଚନ୍ଦ୍ର ଚକୋର
ଗୋପ ସତୀଜନ ମାନସ ଚୋର
ଜଗଦୀଶ୍ୱର ତେ ମଙ୍ଗଳଂ । ୧ ।
ଗୋପଧରାବର ଲାଳିତ ପୁତ୍ର
ନୂତନ ନୀରଜ ସୁନ୍ଦର ନେତ୍ର
ବିକ୍ରମ ମାନସ ସାରସ ମିତ୍ର
ଜଗଦୀଶ୍ୱର ତେ ମଙ୍ଗଳଂ । ୨ ।