Dekha Sarbanga Sundari

ଦେଖ ସର୍ବାଙ୍ଗ ସୁନ୍ଦରୀ
(Vikram Deb Varma— Raga Punnaga)
(ବିକ୍ରମଦେବ ବର୍ମ୍ମା— ରାଗ ପୁନ୍ନାଗ)

ଦେଖ ସର୍ବାଙ୍ଗ ସୁନ୍ଦରୀ
ବୃନ୍ଦାବନ ଶୋଭା ଦିବ୍ୟ ତରୁଣୀର ପରି । ଘୋଷା ।

ତମାଳ କୁନ୍ତଳ ଚନ୍ଦ୍ରପତି ବିମ୍ବାନନ
ତିଳଫୁଲ ନାସିକା ଇନ୍ଦୀବର ଲୋଚନ । ୧ ।

କୁନ୍ଦଦନ୍ତ ଜବାଧର ବରଶୁକ୍ତିକର୍ଣ୍ଣ
କୋକିଳକଣ୍ଠ ଲତାବାହୁ ଶ୍ରୀଫଳ ସ୍ତନ । ୨ ।

ପଙ୍କଜପତ୍ର ଉଦର ରମ୍ଭାପର୍ଣ୍ଣ ପିଠି
ଭ୍ରମନାଭି ସେକତଶ୍ରୋଣୀ କେଶରୀ କଟି । ୩ ।

କେନ୍ଦୁପଲ୍ଲବ ଶ୍ରୀକର ରମ୍ଭା ଉରୁବର
ମକର ଜଙ୍ଘା କିଶଳୟଚୟ ପୟର । ୪ ।

ମଲ୍ଲୀଦଳ ନଖଶ୍ରେଣୀ ମଦଗଜଗତି
କାଶହାସ ଚମ୍ପକ ସୁମନ ତନୁକାନ୍ତି । ୫ ।