Mada Gajagati Mora

ମଦ ଗଜଗତି ମୋର
(Vikram Deb Varma— Raga Lalita, Tala Aditala)
(ବିକ୍ରମଦେବ ବର୍ମ୍ମା— ରାଗ ଲଳିତ, ତାଳ ଆଦିତାଳ)

ମଦ ଗଜଗତି ମୋର ବେଦନା କହ ସତ୍ୱର
ମଦନମୋହନଙ୍କୁ ତୁ ମୁଦେ ଘେନି ଆରେ । ଘୋଷା ।

ଯାଦବ ଶେଖର ସଙ୍ଗ ଭେଦରୁ କ୍ଷୀଣ ମୋ ଅଙ୍ଗ
ଖେଦ ମୁଁ ପାଉଛି ହୋଇ ମୋଦ ପଡ଼ିଆରେ । ୧ ।

ପତି ବର୍ଜନରୁ ପର ମୋର ହେଲେ ଭୃଙ୍ଗ କୀର
ଶୀତକର କର ବାୟୁ ଧାତକୀ କିଆରେ । ୨ ।

ପ୍ରିୟ ସଙ୍ଗ ବିହୀନରୁ ପ୍ରିୟ ସଖୀ ମୋର ଚାରୁ
କାୟ ଜାଳୁଅଛି କାମ ଶାୟକ ନିଆଁରେ । ୩ ।

କଞ୍ଜନେତ୍ରେ ନାଚେ ମୋର ମଞ୍ଜୁତର ଲୀଳାସାର
କୁଞ୍ଜେ ବିକ୍ରମ ସଙ୍ଖାଳି ଗୁଞ୍ଜମାଳିଆରେ । ୪ ।