(ବିକ୍ରମଦେବ ବର୍ମ୍ମା— ରାଗ ରାମକେରୀ, ତାଳ ଅଟ୍ଟତାଳ)
ସ୍ନେହାଧୀନା ତୋର ବିନା
ଆଉ କେହି ମୋର ଗତିରେ । ଘୋଷା ।
କଳାକର ମୁଖୀ ବାରେ ବିଚାର ତ ସୁଚିତ୍ତରେ
ତୋର ଲାଗି ନିଶ୍ଚୟରେ ମୋର ଜନନ ଏ କ୍ଷିତିରେ । ୧ ।
ତୁ ତେଜିଲେ ଯୋଗୀ ହୋଇ ବୁଲିବି ତୋ ଗୁଣ ଗାଇ
ତୋର ନାମ ଛପେ ଲିହି ଦେହେ ଛାଇ ହୋଇ ନିତିରେ । ୨ ।
ତୁ କୋଳ ନ କଲେ ଚାଣ୍ଡେ ରାଧା ରାଧା ବୋଲି ତୁଣ୍ଡେ
ଝାସ ଦେବି ରାଧାକୁଣ୍ଡେ ଲୋକେ ପାଇବୁ ଏ ଖ୍ୟାତିରେ । ୩ ।
ବିକ୍ରମ ବନ୍ଦିନୀ ସହି ତୋ ନିରାଶୁଁ ମରି ମୁହିଁ
ତୋର ଦେହେ ତିଳ ହୋଇ ହେଲେ ଜନ୍ମିବି ସୁଦନ୍ତୀରେ । ୪ ।