(ବିକ୍ରମଦେବ ବର୍ମ୍ମା— ରାଗ ସେନା, ତାଳ ଆଦିତାଳ)
ନବୀନ ଘନ ସମାନ ଶ୍ୟାମ ମନ୍ଦ କଲ ତ
ରାଧାକୁ ବାଧା ସାଗରେ ଭସାଇ ଭାସିଲ ତ । ଘୋଷା ।
ଧନୀକି କୁଞ୍ଜେ ଜଗାଇ ଚନ୍ଦ୍ରାବଳୀ ସଙ୍ଗେ ରହି
କେଳି ଚିହ୍ନ ବହି ପ୍ରାତେ ରାଧାଠାକୁ ଗଲ ତ । ୧ ।
ପଡ଼ିଛନ୍ତି କୁଞ୍ଜବନେ ଛାଡ଼ି ରତ୍ନହାର ମାନେ
କସ୍ତୁରି ଚନ୍ଦ୍ର ତାମ୍ବୂଳ ଗନ୍ଧ ଫୁଲମାଳ ତ । ୨ ।
କୁଞ୍ଜେ ଏକା ଅଛି ଅଡ଼ି ପାଶୁଁ ସଖୀଙ୍କି ଘଉଡ଼ି
ଦୁର୍ଜୟ ମାନିନୀ ରାଧାର କୋପ ପ୍ରବଳ ତ । ୩ ।
ନ ଦେଖିବି ବୋଲି କଳା ଶପଥ କରିଛି ବଳା
ମାରଇ ଦିଶିଲେ ଶାରୀ ଭ୍ରମର କୋକିଳ ତ । ୪ ।
କବର୍ଣ୍ଣ ଶୁଣିଲେ ସତେ ଶତଧାର ଭ୍ରମ ଚିତ୍ତେ
ରସବତୀକି ସ୍ମରଣ ହୁଏ ଘଟବାଳତ । ୫ ।
ମୋରେ ତୁମ୍ଭର ରାଧାର ଭେଟ ହେବ କି ପ୍ରକାର
ହେ ବିକ୍ରମନୁତ ନ ଘେନିଲା ସେ ମୋ ବୋଲ ତ । ୬ ।