Jasoda Suta Te Mangalam

ଯଶୋଦାସୁତ ତେ ମଙ୍ଗଳଂ
(Vikram Deb Varma— Raga Suratha, Tala Aditala)
(ବିକ୍ରମଦେବ ବର୍ମ୍ମା— ରାଗ ସୁରଠ, ତାଳ ଆଦିତାଳ)

ଯଶୋଦାସୁତ ତେ ମଙ୍ଗଳଂ
ଜୟ କିଶୋରବର ତେ ମଙ୍ଗଳଂ । ଘୋଷା ।

ଈଶମନୋମ୍ବୁଜ ସୂରସନାତନ
କେଶବ ସାରସଲୋଚନ
କ୍ଳେଶବିନାଶନ ଶୀତକରାନନ
ରାସରସିକ ତେ ମଙ୍ଗଳଂ । ୧ ।

କ୍ରୂରନିଶାଚର ନାଗମୃଗେଶ୍ୱର
ନାରଦସନ୍ନୁତଶ୍ରୀଧର
ନୀରଦସୁନ୍ଦର ନୀଳକଳେବର
ନୀରଜପଦ ତେ ମଙ୍ଗଳଂ । ୨ ।

କୁନ୍ଦନବାସ ବୃନ୍ଦାରକବନ୍ଦିତ
ମନ୍ଦସ୍ମିତାଧର ଅସିତ
ସୁନ୍ଦର ହେ ହୃତଗୋପବଧୂଚିତ୍ତ
ନନ୍ଦନନ୍ଦନ ତେ ମଙ୍ଗଳଂ । ୩ ।

ମାଧବ ଶ୍ରୀକର ଶ୍ରୀମତିନାୟକ
ବୋଧଯୁକ୍ତଚୟପାଳକ
ଗୋଧନପୋଷକ ବିକ୍ରମରକ୍ଷକ
ଭୂଧରଧର ତେ ମଙ୍ଗଳଂ । ୪ ।