Budi Pritire Hudili

ବୁଡ଼ି ପ୍ରୀତିରେ ହୁଡ଼ିଲି
(Kabichandra Kali Charan— Raga Mallara, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ମଲ୍ଲାର, ତାଳ ଏକତାଳି)

ବୁଡ଼ି ପ୍ରୀତିରେ
ହୁଡ଼ିଲି ପଥ ପଡ଼ି ଶ୍ୟାମ ସାଥିରେ । ଘୋଷା ।

ମାଡ଼ି ଆସଇ ଘନ ଘେରି ସାରା ଗଗନେ
ଛାଡ଼ି ଆସିଲି ଘର ଘୋର ଅନ୍ଧାର ରାତି । ୧ ।

ଘଡ଼ିକି ଘଡ଼ି ଦେଖ ରଡ଼ି ଦିଏ ଡାହୁକ
ତଡ଼ିତ ଲତା ମୋରେ ଚାହିଁ ଫୁଲାଏ ଛାତି । ୨ ।

ଏଡ଼ି ଦେଇ ତ କଣ୍ଟ କାହିଁ ରହିଲେ ଖଣ୍ଟ
ଏଡ଼ିକି ସେ ଲମ୍ପଟ କବିଚନ୍ଦ୍ର ବଦତି । ୩ ।