Nabina Nirada Garajila

ନବୀନ ନୀରଦ ଗରଜିଲା
(Kabichandra Kali Charan— Raga Mallara, Tala Tripata)
(କବିଚନ୍ଦ୍ର କାଳୀଚରଣ— ରାଗ ମଲ୍ଲାର, ତାଳ ତ୍ରିପଟା)

ନବୀନ ନୀରଦ ଗରଜିଲା ରେ
ନିରତ ନୀର ଝରାଇ । ଘୋଷା ।

ରସି ନୀଳଶାଢ଼ୀ ତନୁରେ ସଜାଡ଼ି
ଘୋଷିଲାରେ ଘୋଷିଲା ବିଜୟ ସୌଦାମିନୀ
ବର ବିଳାସିନୀ ସେ ଯେ ଗରବିଣୀ
ହସି ଭୂରୁଭଙ୍ଗୀ ସରଜିଲା ରେ । ୧ ।

ରୂପା ଜରି ବୁଟା ଖଞ୍ଜି ଗୋଟେ ଗୋଟା
ବାସିଲାରେ ବାସିଲା ମାଳତୀ ସୋହାଗିନୀ
ଚୋର ମଧୁକର ଚାଟୁ ଭଣିବାର
ନାଗରପଣ ତ ଅରଜିଲା ରେ । ୨ ।

ନାଗରବର ହିଆ ଚିରି ଦେବ କିଆ
କରତ ଧାରାରେ ଡରାଇଲା
କହେ କବିଶଶୀ ବାରିରେ ବିଳସି
ମଧୁ ମକରନ୍ଦ ବରଜିଲା ରେ । ୩ ।