(କବିଚନ୍ଦ୍ର କାଳୀଚରଣ— ରାଗ ବସନ୍ତ, ତାଳ ଆଠତାଳି)
ଶରଦ ଚାନ୍ଦିନୀ ତଳେ କାମିନୀ ତ ଫୁଟିଲା
ଶରଦ ଚନ୍ଦ୍ରମା ମୁହିଁ ମାନ ତ ନ ତୁଟିଲା । ଘୋଷା ।
ଜୀବଧନେ ଆନ ଦେଲି ଯିବ ଅବା ମାନ ବୋଲି
ରାଜୀବ ଶ୍ରୀମୁଖ ତୋଳି ରାଜି ତ ନ ଦିଶିଲା
(ପଡ଼ି)
କର ଧରି ବିନୋୟି କହିଲି ମୁହିଁ
କର କରୁଣା ମୋରେ ସୁଦୟା ବହି
କର ଭିଡ଼ାରେ ଦଣ୍ଡ ଦିଅରେ ସହି
ବରବରନା ଗୁରୁ ଗୁମାନେ ଦୂରେ ହଟିଲା । ୧ ।
ଦାସ ନାଶନେ ଅପକୀରତି ବାନା
କାଶହାସ ସୁହାସୀ ଉଡ଼ିବ ସିନା
ଆସ ଆଶ ବିନାଶ ନୋହୁ ନବୀନା
ଦ୍ରବିଲା ନାହିଁ କବିଶଶୀ କରମ ଫାଟିଲା । ୨ ।