(କବିଚନ୍ଦ୍ର କାଳୀଚରଣ— ରାଗ ବାଗେଶ୍ରୀ, ତାଳ ଆଡ଼ତାଳି)
ସାଜିଲି ଶେଯ ସଜନୀ
ନଇଲେ ମୋ ବରଜରାଜ । ଘୋଷା ।
ନୟନ କଜଳ ଘେନା ଅଧା ତ ରହିଛି ଅନା
ଅଧା ଗୁନ୍ଥା ହାର ମୋର ଶୁଖିଲା ସିନା
(ପଡ଼ି)
ଅଧ ଗଗନେ ଅଧ ଅଧରେ ହସି ଶଶୀ
ଅଧ ନିଶିରେ ଆସି ବସିଲାନି
ରସି ଚକୋରୀ ମନ ସେ ତ ତୋଷିଲାନି
ଉଲାଗି କର ଫୁଲ ସାଜରେ ସଜନୀ । ୧ ।
ଏକା ମୁଁ ହତଭାଗିନୀ ଏକାଳେ ସିନା ସଙ୍ଗିନୀ
ନ ଘେନି ବଚନ ତୋର ଅପରାଧିନୀ
(ପଡ଼ି)
ସାର ତ ଅପବାଦ ମାର ସାଧିଲା ବାଦ
ଛାର ମୁରଲୀ ନାଦ ସାରିଲାନି
କବିଶଶୀ ବଦତି ରାଧା ରୁଷିଲାନି
ଶ୍ୟାମ ନଇଲେ ପୁରେ ଆଜରେ ସଜନୀ । ୨ ।